ଜେଲ୍‌ଦଣ୍ଡ ଭୋଗୁଥିବା ଆଶାରାମ ବାପୁ ଏବେ ଆଇସିୟୁରେ ଭର୍ତ୍ତି

ଯୋଧପୁର: ନାବାଳିକା ଯୌନ ଶୋଷଣ ମାମଲାରେ ଆଜିବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ଘାରିଛି କରୋନା  । ସେ ରାଜସ୍ଥାନର ଯୋଧପୁର ଜେଲ୍‌ରେ ଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ତେବେ ଜେଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୂଚନୀୟ ହୋଇ ପଡ଼ିଥିଲା । ଫଳରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ତା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଯୋଧପୁର ଜେଲ୍‌ରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ଅନ୍ୟ 12 ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ତେଣୁ ସେମାନଙ୍କ ଠାରୁ ଆଶାରାମଙ୍କୁ ସଂକ୍ରମଣ ହୋଇଥିବା କୁହାଯାଉଛି ।

Comments (0)
Add Comment