ନୂଆଦିଲ୍ଲୀ: ସମସ୍ତ ନିୟମିତ ଟାଇମ୍-ଟେବଲ୍ ଟ୍ରେନ ପାଇର୍ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟର୍ ପୂରା ବୁକିଙ୍ଗ ମୂଲ୍ୟ ଫେରାଇ ଦେବାକୁ ରେଳବାଇ କହିଥିବାରୁ ଅନୂ୍ୟନ ଅଗଷ୍ଟ ମଧ୍ୟ ଭାଗ ପୂର୍ବରୁ ନିୟମିତ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡୁଛି । ଏପ୍ରିଲ ୧୪ତାରିଖ ଦିନ କିଂବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ ରଦ୍ଧ କରି ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବା ନିଷ୍ପତିକୁ ଏକ ସର୍କ୍ୟୁଲାର ଯୋଗେ ସମସ୍ତ ଜୋନ୍କୁ ସୋମବାର ଦିନ ରେଳ ମନ୍ତ୍ରାଳୟ ଜଣାଇ ଦେଇଛି । ସମ୍ପ୍ରତି ଦେଶରେ କେବଳ ୨୩୦ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ “ସ୍ପେସାଲ୍ ଟ୍ରେନ୍” ଭାବେ ଚଳାଚଳ କରୁଛି । ଚାହିଦା ପୁରଣ ନିମନ୍ତେ ଅଧିକ ଟ୍ରେନ ଚଳାଚଳ ଆରମ୍ଭ କରାଯିବ ବୋଲି ରେଳ ମନ୍ତ୍ରାଳୟ ବାରମ୍ବାର କହୁଛି, କିନ୍ତୁ ସେଗୁଡିକ ମଧ୍ୟ ‘ସ୍ପେସାଲ୍ ଟ୍ରେନ” ଭାବେ ଚଳାଚଳ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ୧୨୦ ଦିନ ପାଇଁ ଟିକେଟ୍ ବୁକିଙ୍ଗ କରିବାକୁ ରେଳବାଇ ଅନୁମତି ଦେଇଥିଲା । ସାମ୍ପ୍ରତିକ ନିୟମ ଅନୁସାରେ, ଯଦି ରେଳବାଇ ଟ୍ରେନ ବାତିଲ କରେ ପୂର୍ଣ୍ଣ ଅର୍ଥ ଫେରସ୍ତ ପ୍ରକି୍ରିୟା ଆରମ୍ଭ ହୁଏ । ଏଥିରେ ଯାତ୍ରୀମାନେ ଟିକେଟ୍ କ୍ୟାନସଲ କରିବା ଅନାବଶ୍ୟକ । ସୋମବାର ଦିନ ରେଳବାଇ ମନ୍ତ୍ରାଳୟର ଅଧିକାରୀମାନେ ସାମ୍ବାଦିକମାନଙ୍କୁ କହିଥିଲେ ଯେ.ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳରେ ଯାତ୍ରୀସଂଖ୍ୟା ୭୦%ରେ ପହଞ୍ଚିଲାଣି । ସମ୍ପୂର୍ଣ୍ଣ ରିଜର୍ଭ ସର୍ଭିସରେ ଏହି ସବୁ ସ୍ୱତନ୍ତ୍ର ରେଳ ଯାତାୟତ କରୁଛି ।