ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ ୧୦ ତାରିଖ ଠାରୁ ଆପୋଲ ହସ୍ପିଟାଲହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସୂଚନା ଯୋଗ୍ୟ ଯେ, ପିପିଲିରେ ନିର୍ବାଚନ ପ୍ରଚାର କରୁଥିଲା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାକୁ ଚିକିତ୍ସାଲାଗି ଆପୋଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସେ କରୋନା ଆକ୍ରାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ୍କୁ ବରିଷ୍ଠ କଂଗ୍ରେସ ନେତା ଓ ସମର୍ଥକମାନଙ୍କର ସୁଅ ଛୁଟିଛି । ଅନ୍ୟପକ୍ଷରେ କଂଗ୍ରେସ ଶିବିର ଏବଂ ପିପିଲିରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ପିପିଲି ବିଧାନସଭା ଉପନିର୍ବାଚନରେ ଭୋଟ ଗ୍ରହଣ ପାଇଁ ଆଉ ମାତ୍ର ୨ଦିନ ବ୍ୟାପିଥିବା ବେଳେ ଅଜିତ୍ଙ୍କ ପରଲୋକ ଘଟଣା ସମଗ୍ର ନିର୍ବାଚନ ମଣ୍ଡଳୀବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ଦେଶର ଲୋକପ୍ରତିନିଧି ଆଇନ୍ପକ୍ଷରୁ ପିପିଲିରେ ନିର୍ବାଚନ ସ୍ଥଗିତ ହେବା ଆଶଙ୍କା ସୃଷ୍ଟି କରିଛି । ଭାରତର ନିର୍ବାଚନ କମିଶନ ଏନେଇ ଚୂଡାନ୍ତ ନିଷ୍ପତି ନେବେ ।

Comments (0)
Add Comment