ଭୁବନେଶ୍ୱର- ସ୍ୱାମୀ ଅନୁଭବଙ୍କ ବିରୋଧରେ ଏସଡିଜିଏମ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶନୀ । ପାରିବାରିକ ହିଂସା ବିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି । ବର୍ଷା କରିଥିବା ଏତଲା ଜିଲ୍ଲା କୋର୍ଟଙ୍କ ଅଫିସଆଲ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଅନୁଭବ ଏହି ଘଟଣାକୁ ନେଇ କହିଛନ୍ତି ବର୍ତମାନ ସୁଦ୍ଧା ମୋ ପାଖକୁ କୌଣସି ଲିଗାଲ ନୋଟିସ ଆସିନାହିଁ ।