ଭଦ୍ରକର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ୭୯ ବର୍ଷରେ ପ୍ରାଣ ହରାଇଛନ୍ତି । ଅର୍ଜୁନ ଚରଣ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ ମସିହାରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ୧୯୮୦ ରେ ସେ କଂଗ୍ରେସ ଟିକେଟରେ ଏମପି ହୋଇଥିଲେ ।୧୯୯୧ରେ ସେ ଜନତା ଦଳରୁ ସାଂସଦ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହା ପରେ ସେ ଲଗାତର ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ ରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ହୋଇଥଲେ । ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଥିଲେ । ତେବେ ୨୦୧୯ ନିର୍ବାଚନ ପୁର୍ବରୁ ସେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟୀରେ ଯୋଗଦେଇଥିଲେ ।