ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

କଟକ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ବି ରହିବେ ଓଡ଼ିଆ ଅତିଥି । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ । ସେଥିରେ ଆଙ୍କର ଭାବେ ନଜର ଆସିବେ ଲୋରିଆ । ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍ କମେଣ୍ଟ୍ରି, ଗ୍ରାଫିr ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ । ଏହାସହ ଇନିଂସ୍ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍ ର ମଜା ନେବେ ଦର୍ଶକ । ଜିଓ ସିନେମା ଆପରେ ଆଇପିଏଲ୍ ସିଜିନ୍-୧୬କୁ ଦର୍ଶକମାନେ ଦେଖିପାରିବେ । ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ । କଟକ ତ୍ରିଶୂଳିଆର ସୁମିତ ଧ।ୱନଙ୍କ ପତ୍ନୀ ଲୋରିଆ ମହାନ୍ତି ଜଣେ ଭଲ ଓଡ଼ିଆ ଆଙ୍କର ଭାବେ ପରିଚିତ । ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବା ଲୋରିଆ ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ରେ ଆଙ୍କରିଂ କରିବେ । ମ୍ୟାଚ୍ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍ ପ୍ୟାନେଲ୍ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ । ଏହି ପ୍ୟାନେଲରେ ଆଙ୍କର ଭାବରେ ନଜର ଆସିବେ କଟକ ଝିଅ ଲୋରିଆ । ପ୍ୟାନେଲରେ ଆଙ୍କରିଂର ସୁଯୋଗ ପାଇ ବେଶ୍ ଗର୍ବିତ ବୋଲି କହିଛନ୍ତି ଲୋରିଆ । ସୂଚନାଯୋଗ୍ୟ, ଜିଓ ସିନେମା ଆପରେ ୧୨ଟି ଭାଷାରେ ଏଥର ଆଇପିଏଲ୍ ପ୍ରସାରିତ ହେବାକୁ ରହିଛି ।

Comments (0)
Add Comment