ଆଇସିଏସ୍‌ଇ ଦଶମ, ଦ୍ୱାଦଶରେ ୯୯.୯୮% ପାସ୍‌

ନୂଆଦିଲ୍ଲୀ: ଆଇସିଏସ୍‌ଇ ପରିଷଦ ଦ୍ୱାରା ପରିଚାଲିତ ଦଶମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଦଶମରେ ପାସ୍ ହାର ୯୯.୯୮% ଥିବା ବେଳେ ଦ୍ୱାଦଶରେ ମଧ୍ୟ ୯୯.୯୮% ରହିଛି ।
ପରୀକ୍ଷା ଫଳ ଅନୁଯାୟୀ ଛାତ୍ରମାନଙ୍କ ପାସ୍ ହାର ସାମନ୍ୟ ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୯୯.୮୬% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୬୬% ରହିଛି । ସେହିପରି ୧୦ମ ଶ୍ରେଣୀରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାସ୍‌ହାର ଚଳିତ ବର୍ଷ ୧୦୦% ରହିଛି । ଛାତ୍ରଛାତ୍ରୀମାନେ ଆଇଏସ୍‌ସି ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷାର ରେଜଲ୍ଟ ଅଫିସିଆଲ ୱେବସାଇଟ ୍ ଙ୍ଗଙ୍ଗଙ୍ଗ.ମସଗ୍ଦମର.କ୍ଟକ୍ସଶ କିମ୍ବା ଙ୍ଗଙ୍ଗଙ୍ଗ.କ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ମସଗ୍ଦମର.କ୍ଟକ୍ସଶ ଯାଇ ଏହାକୁ ଦେଖିପାରିବେ । ସେମାନଙ୍କୁ ନିଜର ୭ଟିକିଆ ୟୁନିକ୍ ଆଇଡି ନମ୍ବରକୁ ୦୯୨୪୮୦୮୨୮୮୩ ପଠାଇବାକୁ ପଡ଼ିବ । ଏଥିପାଇଁ ସେମାନଙ୍କୁ ନିଜର ଆଇଡି ନମ୍ବର ପୂର୍ବରୁ ଆଇଏସ୍‌ସ କିମ୍ବା ଆଇସିଏସ୍‌ଇ ଲେଖିବାକୁ ପଡ଼ିବ । ଏହାପରେ ରେଜଲ୍ଟ ଏସଏମଏସ୍ ଜରିଆରେ ମିଳିବ ।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ । ଇଣ୍ଟରନାଲ ଆସେସମେଣ୍ଟ ଦ୍ୱାରା ପିଲାମାନଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ନିଜର ରେଜଲ୍ଟରେ ଅସନ୍ତୁଷ୍ଟ ରହିବେ, ସେମାନେ ନିଜର ସ୍କୁଲରେ ଏନେଇ ଅଭିଯୋଗ କରିପାରିବେ । ବୋର୍ଡ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ।

Comments (0)
Add Comment