ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର । ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା । ସଂପ୍ରତି ସେ ଭାବା ପାରମାଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ନିଜର ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି , ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି ।

Comments (0)
Add Comment