ଆକାଶ ବାଇଜୁସ୍‌ର ଭୁବନେଶ୍ଵର ଛାତ୍ରୀ ‘ପ୍ରିୟଙ୍କା ସର’ ଓଡ଼ିଶା ରାଜ୍ୟ ଟପ୍ପର

* ୯୯.୯୮ ପର୍ସେଣ୍ଟାଇଲ୍‌ ସହିତ ଜେଇଇ ମେନ୍ସ୍ ୨୦୨୩ରେ ଏଆଇଆର୍‌ ୨୪୩ ହାସଲ

ଭୁବନେଶ୍ଵର : ଭୁବନେଶ୍ଵର ଆକାଶ ବାଇଜୁସ୍‌ର ଛାତ୍ରୀ ‘ପ୍ରିୟଙ୍କା ସର’ ଯୁଗ୍ମ ପ୍ରବେଶିକାପରୀକ୍ଷା (ଜେଇଇ) ମେନ୍ସ୍ ୨୦୨୩ରେ ୯୯.୯୮ ପର୍ସେଣ୍ଟାଇଲ ସହିତ ଏଆଇଆର୍ (All India Rank ) ୨୪୩ ହାସଲ କରି ରାଜ୍ୟରେ ଟପ୍ପର ହୋଇଛନ୍ତି। ଏଥ୍‌ସହିତ ସେ ନିଜ ପିତା ମାତା ଏବଂ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଗୌରବାନ୍ବିତ କରିଛନ୍ତି। ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ପକ୍ଷରୁ ଶନିବାର ଏହି ଫଳାଫଳ ଘୋଷଣା କରାଯାଇଥିଲା। ମୋଟ ୩୪ ଜଣ ଛାତ୍ର ଛାତ୍ରୀ ୯୯ ପର୍ସେଣ୍ଟାଇଲରୁ ଅଧିକ ରଖୁଛନ୍ତି । ବିଶ୍ଵର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ଭାବରେ ବିବେଚିତ ଆଇଆଇଟି ଜେଇଇରେ ସଫଳତା ହାସଲ କରିବାକୁ ପ୍ରିୟଙ୍କା ଆକାଶ ବାଇଜସ୍‌ର କ୍ଲାସ୍‌ରୁମ ପ୍ରୋଗ୍ରାମ୍‌ରେ ୨୦୧୯ରେ ଯୋଗଦେଇଥିଲେ। ସେ ବିଭିନ୍ନ ଚିନ୍ତାଧାରାକୁ ବୁଝିବା ନିମନ୍ତେ ନିଜର ଉଦ୍ୟମ ଜାରି ରଖିବା ସହିତ ନିଜର ଶିକ୍ଷା ଆହରଣ ସମୟ ସୂଚୀକୁ କଡାକଡି ଭାବରେ ଅନୁପାଳନ କରି ଜେଇଇରେ ଶୀର୍ଷ ପର୍ସେଣ୍ଟାଇଲ ହାସଲ କରି ଏଲିଟ୍ ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି । “ ଆକାଶ ବାଇଜୁସ୍ ମୋତେଏହି ଉଭୟ ହାସଲ କରିବା ଦିଗରେ ସହାୟତା କରିଥିବାରୁ ମୁଁ କୃତଜ୍ଞ ” ।

Comments (0)
Add Comment