ଆକ୍ରାନ୍ତ ଓ ମୃତ୍ୟୁରେ ପ୍ରଥମ ସ୍ଥାନରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନଥିବା ବେଳେ ଉଭୟ ସଂକ୍ରମଣ ଓ ମୃତକ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୪୫୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ୧୧୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୯ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ୪୮୮୯ ଜଣ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ଜିଲ୍ଲାରୁ ଆଜି ୧୪୫୧ଜଣ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୮୬୪, ବାଲେଶ୍ୱରରୁ ୫୦୯, ବରଗଡରୁ ୩୩୯, ଭଦ୍ରକ ୪୮୯, ବଲାଙ୍ଗୀର ୨୯୮, ବୌଦ୍ଧ ୨୭୩, କଟକରୁ ୯୪୪, ଦେବଗଡରୁ ୧୨୫, ଢେଙ୍କାନାଳ ୧୩୧, ଗଜପତି ୧୫୭, ଗଞ୍ଜାମ ୨୧୪, ଜଗତସିଂହପୁର ୩୧୮, ଯାଜପୁର ୩୯୬, ଝାରସୁଗୁଡଶ ୧୧୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡାରୁ ୧୫୦, କେନ୍ଦୁଝର ୧୬୯, କୋରାପୁଟ ୨୫୧, ମାଲକାନଗିରି ୧୦୦, ମୟୁରଭଞ୍ଜ ୬୩୫, ନବରଙ୍ଗପୁର ୩୫୭, ନୟାଗଡ ୩୩୨, ନୂଆପଡା ୧୧୪, ପୁରୀ ୪୭୩, ରାୟଗଡା ୨୦୯, ସମ୍ବଲପୁର ୩୮୪, ସୋନପୁର ୧୮୦, ସୁନ୍ଦରଗଡ ୭୦୮ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୫୪ ଜଣଙ୍କୁ ଚିହ୍ନଟ କରାଯାଇଛି ।
କରୋନାରେ ରାଜ୍ୟରେ ଆଉ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ କଳାହାଣ୍ଡିରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଓ ପୁରୀ ଜିଲ୍ଳାରୁ ୩ଜଣ ଲେଖାଁଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଅନୁଗୁଳ, ବାଲେଶ୍ୱର ଓ ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ଲେଖାଁଏ ଏବଂ ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଁଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୧୦୮୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ୍ ୧୧୨୪୧୪୦୮ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬୭୯୫୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬୭୩୮୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି ଏବଂ ରାଜ୍ୟରେ ସମ୍ପ୍ରତି ୧୦୯୬୩୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି ।

Comments (0)
Add Comment