ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ଗୁରୁତ୍ୱ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଆଜି ଲୋକସଭା ବନ୍ଦରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଗତିଶୀଳ, ସାମଗ୍ରୀକ ଓ ଭାଗୀଦାର ମୂଳକହେବା ଉଚିତ୍ । ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗିର ମୂଳନୀତି ହେଉଛି ଦିର୍ଘ କାଳିନ ମୁକାବିଲା ଯେଉଁଠି ପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ୩ମାସ ଧରି କ୍ରୋନା ମହାମାରୀ ରାଜ୍ୟବାସୀଙ୍କ ଦୈନଦୀନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଯେ କୌଣସି ପ୍ରକୃତିକ ବିପର୍ଯ୍ୟୟର ମିକାବିଲା ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅତିତର ଅଭିଜ୍ଞତାରୁ ଶିକ୍ଷା ଏବଂ ପରବର୍ତୀ ପ୍ରସ୍ତୁତିରେ ଉନ୍ନତିରେ ଏହି ନିରନ୍ତ୍ରର ପ୍ରକ୍ରିୟା ପାଇଁ ଆମକୁ ସବୁ କ୍ଷେତ୍ରରେ ପ୍ରସଂସା ମିଳିଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ମୌସୁମି ଠିକ ସମୟରେ ଆସିଛି ପାଣୀପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି । ଜୁନ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା ଓ ମରୁଡି ପରି ବିପର୍ଯ୍ୟୟ ଆସିପାରେ । ଏହି ସବୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମୀକ୍ଷା ହେବା ଦରକାର । ମୁଖ୍ୟମନ୍ତ୍ରୀ ଆରୁହି କହିଛନ୍ତି ଯେ, ପ୍ରତିଜିଳ୍ଲା ସଦର ମହାକୁମାରେ ନିୟନ୍ତ୍ରଣ ପକ୍ଷ ଖୋଲା ଯାଇଥିଲା ବେଳେ ବନ୍ୟାଂଚଳରେ ୧୫ଟି ଅସ୍ତାୟୀ ଭିଏଚଏସ କେନ୍ଦ୍ର ସ୍ତାପନ ପାଇଁ ପଦକ୍ଷେପ ନିଆଯାଇଛି । ଜରୁରୀ ସେବା ପାଇଁ ୨୦ଟି ଓଡ୍ରାପ୍ଟ ଟିମ୍ ପ୍ରସ୍ତୁତ ରହିଛି । ବିଭିନ୍ନ ନଦୀବନ୍ଧରେ ୪୯ଟି ଦୃର୍ବଳ ସ୍ଥାନ ଚିହ୍ନଟ କରାଯାଇ ସେଗୁଡିକ ଯଗାରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ବନ୍ୟା ପ୍ରବଳ ଅଂଚଳରେ ଆଗାମୀ ୨-୩ମାସର ଅତାବଶ୍ୟକର ସାମଗ୍ରୀ ମହଜୁଦ ରଖିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକୀୟ ଔଷଧୀୟ ଓ ବିଶୋଧନ ସାମଗୀ୍ର ମହଜୁତ ରଖାଯାଇଛି । ରାଜ୍ୟରେ ଥିବା ୮୭୯ଟି ବନ୍ୟା ବାତ୍ୟା ଆଶ୍ରୟସ୍ତରି ଯାଂଚ କରାଯାଇ ୭୯୬ଟିର ମରାମତି କରାଯାଇଛି । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Comments (0)
Add Comment