ଆଦିବାସୀଙ୍କ ଅଧିକାର ସହିତ ନର୍ଭେରାମ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ରରେ ଅନେକ ଗୁଡିଏ ଛୋଟବଡ ଖଣି କମ୍ପାନୀ ରହିଛି । କମ୍ପାନୀ ଗୁଡିକ ସରକାରୀ ନିୟମ ମୁତାବକ ସାଧାରଣ ଜନତା ତଥା ଖଣି କ୍ଷତିଗ୍ରସ୍ତ ମାନଙ୍କର ମୌଳିକ ସମସ୍ୟା ପୁରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ଦେଖିବାକୁ ମିଳଛି । ସେହିଭଳି ଯୋଡା ବ୍ଲକ ବଡବିଲ ତହସିଲ ଅନ୍ତର୍ଗତ ଟୋଗ୍ରାମରେ ଅବସ୍ଥିତ ନର୍ଭେରାମ ଖଣି କମ୍ପାନୀ ଅନ୍ୟତମ । ସାଧାରଣତଃ ଏ ଅଂଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ସ୍ୱାଧିନତାର ଅନେକବର୍ଷ ବିତି ଯାଇଥିଲେ ମଧ୍ୟ ସଚେତନତା ଅଭାବରୁ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟ ଜଳ ଇତ୍ୟାଦି ଠାରୁ ଏମାନେ ଅନେକ ଦୂରରେ ରହିଯାଇଥିଲେ । ଉକ୍ତ ଗ୍ରାମ ନିକଟରେ ଥିବା ଲୁହା ପଥର ଖଣିଟିକୁ ନର୍ଭେରାମ କମ୍ପାନୀ ଖଣିଜ ବ୍ୟବସାୟ ନିମନ୍ତେ ଲିଜ ନେବା ଦିନଠାରୁ ଧିରେ ଧିରେ ଲୋକମାନଙ୍କର ଚଳଣି ବଦଳିବାରେ ଲାଗିଛି । ସରକାରୀ ନିୟମ ମୁତାବକ କୌଣସି ଖଣି କମ୍ପାନୀ ଲିଜ ନେଉଥିବା ଖଣିକ୍ଷେତ୍ରରୁ ୧୦ କିଲୋ ମିଟର ମଧ୍ୟରେ ବସବାସ କରୁଥିବା ଲୋକମାନଙ୍କର ଜୀବନ ଧାରଣାରେ ପରିବର୍ତନ ଆଣୀବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା କମ୍ପାନୀର ମୁଖ୍ୟ କର୍ତବ୍ୟ । ଏହାକୁ ଅନୁସରଣ କରି କମ୍ପାନୀ ସବୁ ସମୟରେ ଲୋକମାନଙ୍କ ନୀକଟତର ହେବା ସହିତ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା ଜାରି ରଖିଛି । ଏହାରି ଭିତରେ କମ୍ପାନୀକୁ କିଛି ସ୍ୱାର୍ଥବାଦୀ ଲୋକମାନଙ୍କୁ ମିଛସତ କହି ବିକାଶର ଧାରାକୁ ଅନେକ ମାତ୍ରାରେ ପ୍ରଭାବିତ କରୁଥିବା କମ୍ପାନୀ କତୃପକ୍ଷ ଦୁଃଖର ସହିତ କହିଛନ୍ତି । ଆଖପାଖ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟର ସୁଧାର ଆଣିବା ତଥା ଅପରିସ୍କାର ପାନୀୟ ଜଳ ବ୍ୟବହାର କରିବା ଦ୍ୱାରା ହଇଜା ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ନିମନ୍ତେ କମ୍ପାନୀ ବିଭିନ୍ନ ସ୍ଥାନରେ ଗଭୀର ନଳକୂପ ସାହାଜ୍ୟରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଇବା ସହିତ ଯେଉଁ ସ୍ଥାନରେ ପାଇପ୍ କୌଣସି କାରଣ ବସତଃ ପହଁଂଚି ପାରିନାହିଁ ସେଠାକୁ ଟ୍ୟାଙ୍କର ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଏଥି ସହିତ ବାୟୁ ପ୍ରଦ୍ୟୁଷଣ ରୋକିବା ନିମନ୍ତେ କମ୍ପାନୀ ପକ୍ଷରୁ ୩ଟି ଟ୍ୟାଙ୍କର ସାହାଜ୍ୟରେ ରାସ୍ତା ଓ ଖଣି ପରିସରରେ ଅହରହ ପାଣି ସିଂଚନ କରୁଥିବା ଜଣା ପଡିଛି । ସଭିଏଁ ପଢିବା , ସଭିଏଁ ବଢିବା ନାରାକୁ ପାଥେୟ କରି କମ୍ପାନୀ କୃପକ୍ଷ ଅର୍ଥ ଅଭାବରୁ ଶିକ୍ଷା ଠାରୁ ଦୁରରେ ରହିଯାଇଥିବା ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ନିମନ୍ତେ ନିକଟରେ ଥିବା ବିଦ୍ୟାଳୟ ଗୁଡିକ ସହିତ ଯୋଗାଯୋଗ କରି  ଟୋଗ୍ରାମରୁ ପାଖାପାଖି ୩୫ ଜଣରୁ ଉର୍ଦ୍ଧ ପିଲାମାନଙ୍କୁ ନାମଲେଖାଥିବା ଜଣାପଡିଛି ଏବଂ ପ୍ରଥମ ଶ୍ରେଣୀ  ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବାକୁ ବିଦ୍ୟାଳୟ ଗୁଡିକ ସହିତ ଚୁକ୍ତି କରିଥିବା ଜଣାପଡିଛି । ନର୍ଭେରାମ ଖଣି କମ୍ପାନୀ ସମାଜର ବିକାଶ ତଥା ଲୋକମାନଙ୍କ ମୌଳିକ ସମସ୍ୟାପ୍ରତି ଥିବା ଦରଜି ମନବୃିକୁ ବୁଦ୍ଧିଯିବି ଢେର ପ୍ରସଂଶା କରିବା ସହିତ ସାଧୁବାଦ ଜଣାଇଛନ୍ତି । କମ୍ପାନୀ ପକ୍ଷରୁ ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗ ମିଳିଲେ  ସେଗୁଡିକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ ରଖାଯାଇଛି ବୋଲି କମ୍ପାନୀର ପରିଚାଳକ ପିୟୁଷ ପାଣ୍ଡେ ସୂଚନା ଦେଇଛନ୍ତି ।

Comments (0)
Add Comment