ଆଦିବାସୀ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରୁଛି ନର୍ଭେରାମ କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ଖଣି କମ୍ପାନୀ ସବୁ ସମୟରେ ଲୋକଙ୍କ ମୌଳିକ ସୁବିଧା ପ୍ରତି ନଜର ଦେଇ ଆସିଛି । ଏହି ଖଣି ପରିସରରେ ବସବାସ କରୁଥିବା ଲୋକେ ଅତି ସରଳ , ନିରୀହ , ନିଷ୍ପାପ ଅଟନ୍ତି । ଆର୍ଥିକ ଅନାଟନ ଓ  ସଚେତନତା ଅଭାବରୁ ଏମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡୁ ନଥିଲେ । କମ୍ପାନୀର ମୁଖ୍ୟ ପରିଚାଳକ ପିୟୁସ ପାଣ୍ଡେଙ୍କୁ ଏହି ଘଟଣା ମର୍ମାହତ କରିଥିଲା । ଶ୍ରୀ ପାଣ୍ଡେ ନିଜେ ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ  ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ଯାହା ଏବେ ଶ୍ରୀ ପାଣ୍ଡେ ପୁରଣ କରିବାରେ ଦିନରାତି ଏକ କରିଦେଇଛନ୍ତି । ୧୦ ଜଣ  ପିଲାଙ୍କୁ ବଡ଼ବିଲ ସ୍ଥିତ ସେଣ୍ଟମେରି ସ୍କୁଲରେ ନାମ ଲେଖାଇବା ସହିତ ପାଖାପାଖି ୨୫ ଜଣ ପିଲାଙ୍କୁ ଭଦ୍ରାସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ବିଦ୍ୟାଳୟରେ ନାମ ଲେଖାଇ ଥିବା ଜଣାପଡିଛି । ପିଲାମାନଙ୍କର ଅଭିଭାବକ ମାନେ କହନ୍ତି ପଇସା ଅଭାବରୁ ଆମେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ସକ୍ଷମ ନଥିଲୁ । ନର୍ଭେରାମ କମ୍ପାନୀର ସହଯୋଗ କ୍ରମେ ଆଜି  ଆମ ପିଲା ଭଲ ପାଠ ପଡିବାର ସୁଯୋଗ ପାଇଛନ୍ତି  । ସେମାନେ କହନ୍ତି ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କମ୍ପାନୀ ପିଲାମାନଙ୍କର ସମସ୍ତ ପାଠ ପଢା , ପୋଷାକ ଓ ଯିବା ଆସିବା ଇତ୍ୟାଦି ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି । କମ୍ପାନୀର ଏଭଳି ଏକ ସୁନ୍ଦର ଲୋକାଭିମୁଖୀ ପଦକ୍ଷେପକୁ ଅଂଚଳ ବାସୀ ପ୍ରଶଂସା କରିବା ସହିତ କମ୍ପାନୀର ଉନ୍ନତି କାମନା କରିଛନ୍ତି । ପାଠ ଓ ଅଞ୍ଚଳବାସୀଙ୍କ ପ୍ରତି କମ୍ପାନୀର ଭଲପାଇବା ମତେ ବହୁମାତ୍ରାରେ ପ୍ରଭାବିତ କରିଛି ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କହିଛନ୍ତି ।

Comments (0)
Add Comment