ଆମେରିକାରେ ଥିବା ଭାରତୀୟ ଦମ୍ପତି ମୃତ; ପତ୍ନୀଙ୍କୁ ହତ୍ୟା, ସ୍ବାମୀ କଲେ ଆତ୍ମହତ୍ୟା

ୱାଶିଂଟନ: ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍‌ରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ବ୍ୟତୀତ ତାଙ୍କ ସ୍ବାମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ହୁଡ୍ସନ୍‌ ନଦୀ ନିକଟରେ ମିଳିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ମହିଳା ଜଣଙ୍କର ହତ୍ୟା କରାଯାଇଥିବା ବେଳେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ବୟସ ୩୫ ବର୍ଷ। ତାଙ୍କ ନାମ ଗାରିମା କୋଥାରି।

ଗାରିମାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶରୀର ବ୍ୟବଚ୍ଛେଦ ରିପ‌ୋର୍ଟରୁ ତାଙ୍କର ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି। ତାଙ୍କ ଶରୀରରେ ଏକାଧିକ କ୍ଷତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଯାହାବି ହେଉ, ଡାକ୍ତରୀ ରିପୋର୍ଟରୁ ସେ ୫ ମାସର ଗର୍ଭବତୀ ବୋଲି ଜାଣିବାକୁ ମିଳିଛି।

Comments (0)
Add Comment