ଆମ୍ବ ଭାରତ ଓ ପାକିସ୍ତାନର ଏହା ଏକ ଜାତୀୟ ଫଳ । ଆମ୍ବ ଗଛ ବାଂଲାଦେଶର ଜାତୀୟ ବୃକ୍ଷ । ଜଙ୍ଗଲୀ ଆମ୍ବର ଉତ୍ପତି ଭାରତରେ ହୋଇଥିଲା । ଖ୍ର୍ରୀଷ୍ଟ ପୂର୍ବ ୨୦୦୦ ପୂର୍ବରୁ ଭାରତରେ ଏହା ଉଦ୍ୟାନ କୃଷିର ମାନ୍ୟତା ପାଇସାରିଥିଲା । ଭାରତରୁ ଏହା ଏସିଆର ଅନ୍ୟ ଅଂଚଳକୁ ଯାଇଥିଲା । ଆମ୍ବ ଉତ୍ପାଦନ ରେ ଭାରତ ବିଶ୍ୱରେ ପ୍ରଥମ । ୨୦୧୭ ରେ ସାରା ବିଶ୍ୱରେ ପ୍ରାୟ ୫.୬ କୋଟି ଟନ୍ ଆମ୍ବ ଉତ୍ପାଦନ ନ ହୋଇଥିଲା ।
ତାହାର ୩୯ ପ୍ରତିଶତ ଆମ ଦେଶରେ ହୋଇଥିଲା । ଏ କ୍ଷେତ୍ରରେ ଅନ୍ୟ ଆଗ୍ରଣୀ ରାଷ୍ଟ୍ରଗୁଡିକ ହେଲା –ଚାଇନା ,ପାକିସ୍ତାନ, ଇନ୍ଡୋନେସିଆ, ଥାଇଲାଣ୍ଡ , ନାଇଜେରିଆ, ବ୍ରାଜିଲ ଓ ଫିଲିପିନ୍ସ । ଆମ୍ବର ପତ୍ର ବିଷାକ୍ତ । ଏହା ରଙ୍ଗ ପ୍ରସ୍ତୁତିରେ ଲାଗେ । ଆମ୍ବର ଲମ୍ବ ଦୁଇ ଇନ୍ଚିର ୁ ବାର ଇନ୍ଚି ହୋଇପାରେ । ଆମ ଦେଶ ନୀଲମ, ତୋତାପଡା , ଲଂଗଡା, ସୁନ୍ଦରୀ, ରାଜାପୁରୀ, ଦଶହରୀ, ଆମ୍ରପାଲୀ, ଫଜଲୀ, ଆଲଫୋନ୍ସୋ, ସୂବର୍ଣ୍ଣରେଖା ଆଦି କିସମର ଆମ୍ବ ପାଇଁ ପ୍ରସିଦ୍ଧ ।