ନୂଆଦିଲ୍ଲୀ- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କିନ୍ତୁ  ଆରମ୍ଭରୁ ୩ଘଂଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଥିଲା ।  ମୁଲତବି ପରେ ପୁଣି ଥିରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।  କଂଗ୍ରେସ  ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି ପ୍ରସ୍ତାବ ନୋଟିସ ଆଣିଥିଲେ । ସେହିପରି  ଡିଏମକେ ଓ ସିପିଆଇ ପକ୍ଷରୁ  ନିଟକୁ ନେଇ ୧୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ନୋଟିସ ଦିଆଯାଇଛି । ଦିଲ୍ଲୀ ହିଂସାରେ  ପ୍ରମୁଖ ନେତାଙ୍କ ସଂପୃକ୍ତି ମାମଲାରେ ଆରଏସପି  ପକ୍ଷରୁ  ସାଂସଦ ଏନ ପ୍ରେମଚନ୍ଦ୍ର ମୁଲତବି ପ୍ରସ୍ତାବ ନୋଟିସ ଆଣିଛନ୍ତି ।  ଏତଦ ବ୍ୟତିତ ଦିବଂଗତ ନେତାମାନଙ୍କ  ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।