ଆସାମ ବନ୍ୟାରେ ୨୬ଲକ୍ଷ ବିପନ୍ନ : ୮୯ ମୃତ

ଗୌହାଟୀ: ଆସାମରେ କରୋନା ମାହାମାୟୀ ଦିନକୁ ଦିନ କାୟା ବିସ୍ତାର କରୁଥିଲା ବେଳେ ବ୍ରହ୍ମପୁତ୍ରରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ପରିସ୍ଥିତିକୁ ସଙ୍ଗିନ ହୋଇପଡିଛି । ବନ୍ୟାରେ ୨୬ ଲୋକରୁ ଉର୍ଦ୍ଧ ଲୋକ ବିପନ୍ନ ହୋଇଥିଲା ବେଳେ ବର୍ତମାନ ସୁଦ୍ଧା ୮୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷରେ ବନ୍ୟାଜଳ ଥମିବାର ନାଁ ଧରୁ ନାହିଁ । ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୨୬ଟି ଜିଲ୍ଲା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ଥ ହୋଇଛି । ବୁଧବାର ଦୁଇଟି ନୂଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏହା କାରଣରୁ ବାଘବୋର ଓ ମୋରିଗାଁରେ ଜଣେ ଲେଖାଁଏ ଲୋକ ପ୍ରାଣ ହରାଇଛନ୍ତି । ଫଳରେ ବନ୍ୟା ଯୋଗୁଁ ୮୯ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭୂସ୍ଖୂଳନ ଯୋଗୁ ରାଜ୍ୟରେ ୨୬ଜଣଙ୍କ ଜୀବନ ଯାଇଛି ।


ଗୋଲାପରା ବନ୍ୟା ଦ୍ୱାରା ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୪.୬୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ପଛକୁ ବାରପେଟାରେ ୩.୮୨ ଲକ୍ଷ ଓ ମୋରି ଗାଁରେ ୩.୦୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତମାନ ସମୟରେ ୨୫୨୫ଟି ଗାଁ ବନ୍ୟା ଘେରରେ ଥିବା ବେଳେ ୧,୧୫,୫୧୫,୨୫ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡି ଯାଇଛି । ପ୍ରଳୟଙ୍କରୀ ବନ୍ୟାରେ ୧୨୦ଟି ପଶୁଙ୍କ ଜୀବନ ଯାଇଛି । ସେହିପରି ବନ୍ୟାରେ ବୁଡି ଯାଇଥିବା କାଜିରଙ୍ଗା ନ୍ୟାଶନାଲ ପାର୍କରୁ ୧୪୭ଟି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏହାସହ ବନ୍ୟା ଦ୍ୱାର ୨୩,୮୯,୪୦୧ ଗୃହପାଳିତ ପଶୁପକ୍ଷୀ ହୋଇଛନ୍ତି । ସ୍ଥିତି ବେକାବୁ ଥିବାରୁ କେନ୍ଦ୍ର ସରକାର ପ୍ରାଥମିକ ସହାୟତା ଭାବେ ଆସାମକୁ ୩୪୬ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Comments (0)
Add Comment