ଭୁବନେଶ୍ୱର- ବଙ୍ଗୋପସାଗ ପୁଣି ଏକ ଲଘୁ ଚାପ ସଷ୍ଟି ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ୫ ଜିଲ୍ଲା ଗଞ୍ଜମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୩ଟି ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ,ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଝଡତୋଫାନ ସହ କମ ବର୍ଷା ହେବ ବୋଲି କୁହାଯାଇଛି ।