ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍। ବରଗଡ଼ ଜିଲା ବରପାଲି ବ୍ଲକ୍‌ସ୍ଥିତ ଗାଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନ‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି। ଗାଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନ‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ତିଲେଇମାଳରେ ଥିବା ପୈତୃକ ଘର, ସୋନପୁର ଜିଲା ଡୁଙ୍ଗୁରିପାଲି ସ୍ଥିିତ ତାଙ୍କ ଘରେ, ଗାଣ୍ଠିଆପାଲି ସ୍ଥିତ କାର୍ଯ୍ୟାଳୟରେ, ବରପାଲି କପିଳେଶ୍ବରନଗର ସ୍ଥିତ ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିବା ଜାଣିବାକୁ ମିଳିଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଶି ମିଳିତ ଚଢ଼ାଉ କରିଥିବା ସୂଚନା ରହିଛି।

Comments (0)
Add Comment