ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ବର : ରାଜ୍ୟର ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ  ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ପତ୍ର ଲେଖିଛନ୍ତି।
ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାର ଇପିଏଫ ପେନ୍‍ସନଧାରୀ ଅଛନ୍ତି। ଅବସରପରେ ସୀମିତ ଅର୍ଥ ଯୋଗୁଁ ସେମାନେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି। ତେଣୁ ସେମାନଙ୍କ ଆବେଦନ ପ୍ରତି ସମ୍ବେଦନଶୀଳ ହୋଇ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Comments (0)
Add Comment