ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଆଜି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୧କୁ ସଫଳତାର ସହ ଉତକ୍ଷେପଣ କରିଛି। ଏଥିରେ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ ୧୦ ମିନିଟ୍ ବିଳମ୍ବରେ ଅପରାହ୍ନ ୩ଟା ୧୨ ମିନିଟରେ ଉତକ୍ଷେପଣ କରାଯାଇଥିଲା। ଏହି ଉପଗ୍ରହଗୁଡିକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଉତକ୍ଷେପଣ ଯାନ ପିଏସଏଲଭି-ସି୪୯ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଏହା ପିଏସଏଲଭି-ସି୪୯ ଉତକ୍ଷେପଣ ଯାନର ୫୧ତମ ମିଶନ। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହୃତ ହେବ। ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହିତ ବାଣିଜ୍ୟିକ ଚୁକ୍ତିନାମା ଅନୁଯାୟୀ ଅନ୍ୟ ଦେଶର ୯ଟି ଉପଗ୍ରହ ଉତକ୍ଷେପଣ କରାଯାଇଛି ବୋଲି ସଂଗଠନ କହିଛି।