ଉତରପ୍ରଦେଶ- ଉତରପ୍ରଦେଶ ପଂଚାୟତ ରାଜ ମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରହିବା ସହିତ ଟେଷ୍ଟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।