ଋତୁ ଅନୁସାରେ ଲକ୍ଷଣ ବଦଳାଉଛି କରୋନା: ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ନୂଆ ଲକ୍ଷଣ ଦେଖାଦେଉଛି

ନୂଆଦିଲ୍ଲୀ- ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ଦଳାଇବାରେ ଲାଗିଛି କରୋନା ମହାମାରୀ । ପୂର୍ବରୁ ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂତନ ଲକ୍ଷଣ ଦେଖାଦେଇଛି । ଆଗରୁ କରୋନା ଭୂତାଣୁ ଫୁସଫୁସ କୁ ଆକ୍ରମଣ କରୁଥିବା ବେଳେ ଏବେ ଏହା ପେଟକୁ ସଂକ୍ରମଣ କରୁଛି । ଯାହାଦ୍ୱାରା ଏବେ ରୋଗୀଙ୍କ ମଧ୍ୟରେ ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ଲକ୍ଷଣ ଦେଖା ଦେଉଛି । ଏନେଇ ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ମେଡିକାଲର ଡାକ୍ତରମାନେ କହିଛନ୍ତି । ତେବେ ଡାକ୍ତରଙ୍କ କହିବା ମୁତାବକ , ନୂତନ ଲକ୍ଷଣ ଯେମିତିକି ଡାଇରିଆ, ମୁଣ୍ଡବିନ୍ଧା ଏଂ ବାନ୍ତି ରୋଗୀଙ୍କ ନିରାକରଣ ଏବଂ ଚିକିତ୍ସା ପ୍ରକ୍ରିୟାରେ ବିଳମ୍ବ କରୁଛି । ଏହି ନୂଆ ଲକ୍ଷଣ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଏହା ସହ କିଛି ଡାକ୍ତର ସୂଚାଇ ଦେଇଛନ୍ତି ଯେ, ନୋଭେଲ କରୋନାଭାଇରସ୍ ନିଜର ବଂଚିବାକୁ ନିଶ୍ଚିତ କରିବା ପାଇଁ ଋତୁ ଅନୁଯାୟୀ ନିଜର ଜେନୋମିକ୍ ଗଠନକୁ ପରିବର୍ତନ କରୁଛି । ଭୂତାଣୁ ଏବେ ଆଗଭଳି ଫୁସ୍ଫୁସ୍କୁ ଆକ୍ରମଣ ନ କରି ବର୍ଷା ଋତୁ ଅନୁଯାୟୀ ପେଟକୁ ଆକ୍ରମଣ କରୁଛି । ଯାହାଦ୍ୱାରା କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ, ମୁଣ୍ଡବିନ୍ଧା ଏଂ ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି । ଏଭଳି ଖବର ଏବେ ଲୋକଙ୍କ ଚିନ୍ତା ବଢାଇ ଦେଇଛି । କିଛି ଲୋକ ପେଟ ଖରାପକୁ କରୋନା ଲକ୍ଷଣ ନଭାବି ମୃତ୍ୟୁମୁଖରେ ପଡୁଥିବା କହିଛନ୍ତି ଡାକ୍ତର ।

Comments (0)
Add Comment