ଏଣିକି ମାସ୍କ ନପିନ୍ଧିଲେ ୨ଗୁଣା ଜରିମାନା

ଭୁବନେଶ୍ୱର: ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ । ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ରେ ରୋକିପାରିବା । ଯଦି ନିଜର ଜୀବନ ଜୀବିକାକୁ ବଜୟା ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ ବୋଲି ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ କହିଛନ୍ତିି ଯେ, ମାନବ ଇତିହାସରେ କରୋନା ମହାମାରୀ ଭଳି ସଙ୍କଟ କେବେବି ଆସିନଥିଲା । ମହାମାରୀ କରୋନା ଯୋଗୁଁ ବର୍ଷକରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରିଛି । କରୋନାର ପ୍ରଥମ ଲହର ବେଳେ ଅନେକ କଠୋର ପଦକ୍ଷେପ ନିଆଯାଇଥିଲା । ଲକ୍ଡାଉନ୍, ସଟ୍ଡାଉନ୍ କରାଯାଇଇଥିଲା । ବ୍ୟାଣିଜ୍ୟ, ବ୍ୟାପାର ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଥିଲା । ଜନସାଧାରଣ ବହୁ ଅସୁବିଧାରେ ପଡିଥିଲେ । କିନ୍ତୁ ପ୍ରଥମ ଲହର ବେଳେ ଜନସାଧାରଣ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗରୁ ଆମେ ଅନେକ ଜୀବନ ରକ୍ଷାକରିପାରିଛୁ । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ମୃତୁ୍ୟ ସଂଖ୍ୟା କମ୍ ଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ଦ୍ୱିତୀୟ ଲହର ଆସଛି । ଏହା କ୍ଷିପ୍ର ଗତିରେ ମାଡି ଚାଲିଛି । କିଛି ଲୋକଙ୍କ ଅବହେଳା ସମସ୍ୟା ସୃଷ୍ଟି କରିପାରେ । ନିୟମକୁ ନମାନିଲେ କଟକଣାକୁ ଯୋରଦାର କରାଯିବ । ମାସ୍କକୁ ସାଥିକଲେ ଲକ୍ଡାଉନ୍ ଆସିବ ନାହିଁ । ଯଦି ଚାହୁଁଛନ୍ତି ରୋଜଗାର ବନ୍ଦ ନହେଉ ତେବେ ମାସ୍କ ପିନ୍ଧନ୍ତୁ । ସେ କହିଛନ୍ତି ଯେ, ମୁଁ ମାସ୍କ ପିନ୍ଦୁ ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୋଲିସ ଓ ପ୍ରଶାସନକୁ ନିଦେ୍ର୍ଧଶ ଦେଇଛି । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ । ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫୁ୍ୟ ଆରମ୍ଭ ହୋଇଯାଇଛି । ଆମେ କଟକଣା ମାନିଲେ ଏସ୍ବୁର ଦରକାର ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୪ ଦିନିଆ ମାସ୍କ ଅଭିଯାନକୁ କଡାକଡି ଭାବେ ପାଳନ କରିବା । ତେବେ ଏକ ଅଭ୍ୟାସରେ ପରିଣତ ହୋଇଯିବ । ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା । କରୋନାକୁ ଜିତି ପାରିବା ।
ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ବେକରେ ଝୁଲେଇ କି ନୁହେଁ, ମାସ୍କ ଠିକ୍ ଭାବେ ନାକକୁ ଘୋଡେଇ ପିନ୍ଧିବା ମା’ ମାନଙ୍କୁ ବିଶେଷ ଅନୁରୋଧ ଘରଲୋକ ଯେତେବେଳେ ବାହାରକୁ ଯାଉଛନ୍ତି ସେମାନେ ଯେଭଳି ମାସ୍କ ପିନ୍ଧିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ । ମା’ମାନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ତେଣୁ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ ।
ଯେଉଁମାନେ କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ । ତାହେଲେ ଯାଇ ବିନା ଲକ୍ଡାଉନରେ କରୋନାକୁ ରୋକିପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ରୋଜଗାର ବନ୍ଦ ନହେଉ ତେବେ ଆପଣଙ୍କ ଜୀବିକା ଠିକା ଭାବେ ଚାଲୁ ତାହେଲେ ମାସ୍କ ପିନ୍ଧନ୍ତୁ ।
ଏବେ କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ବ୍ୟାପି ଚାଲିଛି । ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ । ତେଣୁ ଆମେ ଆମ ଜୀବନ ଶୈଳେରେ ଛୋଟିଆ ପରିବର୍ତନ ଆଣିପାରିବା ଓ ମାସ୍କକୁ ସାଥି କରିକାରିବା । ତେବେ ବିନା ଲକ୍ଡାଉନ୍ରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ଆମକୁ ଏହି ଯୁଦ୍ଧରେ ବିଜୟୀ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment