ଏଣିକି ରବିବାର ସ୍କୁଲରେ ପାଠପଢା ବନ୍ଦ

ଭୁବନେଶ୍ୱର: ଏଣିକି ରବିବାର ଆଉ ପାଠ ପଢିବେନି ପିଲା । ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାରରେ ପାଠପଢା ବୋଲି ଆଜିି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତିି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ୍ ଚାଲିବ । କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାହର କ୍ଲାସ୍ ଆଉ ଆବଶ୍ୟକ ନାହିଁ । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି । ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ବର୍ତମାନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି । ପରୀକ୍ଷା ପ୍ରସ୍ତୁତି ପାଇଁ କମ୍ ପିଲା ସ୍କୁଲ ଆସୁଛନ୍ତି । ପିଲାଙ୍କୁ ଯାହା ଟାର୍ଗେଟ ଦିଆଯାଇଥିଲା ସେମାନେ ତାହା ପୂରଣ କରିସାରିଲେଣି । କୋର୍ସ ମଧ୍ୟ ଶେଷ ହେବାକୁ ଆସିଲାଣି । ପରୀକ୍ଷା ଦର୍ପଣ ପିଲାଙ୍କୁ ଅତ୍ୟନ୍ତ ସହାୟକ ହେଉଛି । ତେଣୁ ଏପ୍ରିଲ ବେଳକୁ ରମେଡିଆଲ୍ କ୍ଲାସ୍ ଆରମ୍ଭ ହେବ । ଆଉ ରବିବାର କ୍ଲାସ୍ କରିବାର ଆବାଶ୍ୟକ ପଡିବ ନାହିଁ ବୋଲି ଆମେ ଚିନ୍ତା କରୁଛୁ ।
ପୂର୍ବରୁ ରବିବାର ସ୍କୁଲରେ କ୍ଲାସ କରାଯିବା ନେଇ କୁହାଯାଇଥିଲା । କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଧରି ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏହା ପରେ ରବିବାର ସ୍କୁଲଗୁଡିକରେ କ୍ଲାସ୍ କରାଯାଉଥିଲା ।

Comments (0)
Add Comment