ଏଣିକି ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ:ଏଣିକି ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ବା ୮୪ ଦିନ ଭିତରେ କେହି ଦ୍ୱିତୀୟ ଡୋଜ୍ ନେଇପାରିବେ ନାହିଁ କିମ୍ବା ଅନଲାଇନ୍‌ରେ ସ୍ଲଟ୍ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନ୍‌ରେ ସ୍ଲଟ ବୁକିଂ ହୋଇଥିଲେ ତାକୁ ବାତିଲ ହେବ ନାହିଁ । ତେବେ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ପାଇଁ ୮୪ ଦିନ ପରେ ଅନ୍‌ଲାଇନ୍‌ରେ ସ୍ଲଟ୍ ବୁକିଂ କରାଯାଇପାରିବ । ତେଣୁ ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ କୁହାଯିବା ସହ ସ୍ଲଟକୁ ରିସିଡ୍ୟୁଳ୍ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ମଧ୍ୟ ରାତ୍ରିରୁ ଏହି ନୂତନ ନୀୟମ ଲାଗୁ ହୋଇଛି । ଏନେଇ କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ୍ । ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଗାଇଡଲାଇନ୍ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।
ତେବେ ଟିକା ନେଇଥିବା ବ୍ୟକ୍ତି ଜଣକ ଯଦି ୮୪ ଦିନ ପୁରିବା ପୂର୍ବରୁ ସ୍ଲଟ୍ ବୁକିଂ କରିଥିଲେ ତେବେ ସେ ଚାହିଁଲେ ସେହି ସିଡ୍ୟୁଲ୍ ଅନୁଯାୟୀ ଟିକା ନେଇପାରିବେ । ଏହି ନୂଆ ନିୟମ ଅନୁସାରେ ଆଉ ଦ୍ୱିତୀୟ ଡୋ୍ ନେବାକୁ ଭିଡ୍ ହେବନାହିଁ । ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ । କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟୈର ବ୍ୟବଧାନ ବଢାଇବା ନେଇ ଗୁରୁବାର ଘୋଷଣା ହୋଇଥିଲା । ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ଘୋଷଣା ହୋଇଥିଲା ।
ଅନ୍ୟପକ୍ଷରେ ଭାରତରେ କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ବ୍ୟବଧାନ ୪ସପ୍ତାହ ବଦଳରେ ୪ ମାସ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ. ଫାଉଚୀ ଯଥାର୍ଥ ବୋଲି କହିଛନ୍ତି । ଏକ ସାକ୍ଷାତକାରରେ ଡା. ଫାଉଚୀ କହିଛନ୍ତି ଯେ, ଯଦି ଟିକାର ଅଭାବ ରହିଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଜରୁରୀ, ତେବେ ଏହି ପଦ୍ଧତି ଆପଣାଇବା ସମ୍ପୁର୍ଣ୍ଣ ଠିକ୍ ।

Comments (0)
Add Comment