ନୁଆଦିଲ୍ଲୀ: ଏବର୍ଷ ଗ୍ରୀଷ୍ମ ପ୍ରଭାବକୁ ନେଇ ପୁର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର ପୁର୍ବ, ପୁର୍ବ ଏବଂ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଦିନ ବେଳା ଗ୍ରୀଷ୍ମ ପ୍ରଭାବ ସାଧାରଣରୁ ଅଧିକ ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ପୁର୍ବାନନୁମାନ କରାଯାଇଛି । ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ, ଦକ୍ଷୀଣ ଏବଂ କେନ୍ଦ୍ର ଭାରତର କେତେକ ଅଞ୍ଚଳରେ ତାପମାତ୍ର ସାଧାରଣରୁ କମ୍ ରହିବ । ଆଗମୀ ଦିନ ଗୁଡିକରେ ଛତିଶଗଡ, ଓଡିଶା, ଗୁଜୁରାଟ, ଉପକୁଳ ମହାରାଷ୍ଟ୍ର, ଗୋଆ ଏବଂ ଉପକୁଳ ଆନ୍ଧ୍ରପ୍ରଦେଶରେ ଅଧିକ ଗରମ ଅନୁଭୁତି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୁଚନା ଦେଇଛି । ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପୁର୍ବ ଉତରପ୍ରଦେଶ, ପଶ୍ଚିମ ଉତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡରୁ ନେଇ ଓଡିଶା ପର୍ଯ୍ୟନ୍ତ ମାର୍ଚ୍ଚରୁ ମେ ମଧ୍ୟରେ ତାପମାତ୍ରା ସ୍ୱଭାବିକ ଠାରୁ ୦.୫ଡିଗି୍ର ସେଲସିୟସ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ଆଇଏମଡିର ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୁଚନା ଦେଇ କହିଛନ୍ତି । ଦକ୍ଷୀଣ ଏବଂ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳରେ କମ୍ ତାପମାତ୍ରା ରହିବ ବୋଲି ପୁର୍ବାନୁମାନ କରିବା ସହ ଗ୍ରୀଷ୍ମ ଋତୁ ପାଇଁ ଦ୍ୱିତୀୟ(ଏପି୍ରଲରୁ ଜୁନ) ପୁର୍ବାନୁବାନ ଆଇଏମଡି ଏପି୍ରଲ ଆରମ୍ଭରେ ପ୍ରକାଶ କରିବ ।