ଏସିଆର ସର୍ବବୃହତ ସୋଲାର ପ୍ଲାଂଟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ରେୱା ଠାରେ ୭୫୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ୧,୫୦୦ ହେକ୍ଟର ଜମିରେ ୩ ୟୁନିଟ ପାଇଁ ୨୫୦ ମୋଗାୱାଟ ସୌରଶକ୍ତି ଯୋଗାଇ ଦିଆଯିବ । ନର୍ମଦା ନଦୀ ଓ ହ୍ୱାଇଟି ଟାଇଗରରୁ ସୌରଶକ୍ତି ଉତ୍ପାଦନ ହେବ । ଏହି ଶକ୍ତି ଶୁଦ୍ଧ, ନିରାପଦ ଓ ନିଶ୍ଚିତ । ମୋଦୀ କହିଛନ୍ତି କୃଷକ ଓ ଗରିବ ଶ୍ରେଣୀର ପରିବାର ପାଇଁ ଏହା ଲାଭଦାୟକ । କମ୍ ଖର୍ଚ୍ଚରେ ବିଦ୍ୟୁତ ବ୍ୟବହାର କରିପାରିବେ । ଦିଲ୍ଲୀ ମେଟୋ୍ର ଏହି ପ୍ରକଳ୍ପରୁ ୨୪ ପ୍ରତିଶତ ନେଉଥିବା ବେଳେ ମଧ୍ୟପ୍ରଦେଶର ଡିସକମ ଏହାର ୭୬ ପ୍ରତିଶତ ନେଉଛି । ୨୦୨୨ ମସିହା ବେଳକୁ ୧୭୫ ଜିଗାୱାଟ ସୋଲର ଉତ୍ପାଦନ ହେବ ବୋଲି ଯୋଜନା ରହିଛି । ଉଦଘାଟନି ସଭାରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ ।

Comments (0)
Add Comment