ଜୟପୁର- ଜୟପୁର ପୌରାଂଚଳ ୪ଦିନ ପାଇଁ ସଟଡାଉନ୍ ଘୋଷଣା । ମଧ୍ୟରାତ୍ରରୁ ୨୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ଫତି ନେଇଛି ।ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ ସର୍ଭେ କରିବ ପ୍ରଶାସନ । ତେବେ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସହରର ବ୍ୟାଙ୍କ ସକାଳ ୮ରୁ ଦିନ ୨ଟା ଯାଏଁ ଖୋଲା ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ଅନ୍ୟକ୍ଷରେ , ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ରେ ପହଂଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮,୧୪୭ଜଣ ଚିକିତ୍ସାଧୀନ ଥିବାବେଳେ ୧୪,୩୯୩ ଜଣ ସୁସ୍ଥ ହୋଇଛନ୍ତି । ୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ୩୩ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନଥିବା ସୂଚନା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ରିବାର କଲ୍ୟାଣ ବିଭାଗ ୱେବ ସାଇଟ ସୂଚନା ଦିଆଯାଇଛି ।