ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଦେବାଶିଷ

କଟକ: ରାଜ୍ୟ ଭିଜିଲାନ୍ସ ଡିଜି ତଥା ବରିଷ୍ଠ ଆଇପିଏସ ଅଧିକାରି ଦେବାଶିଷ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହେବା ପରେ ଅବସ୍ଥାରେ ଉନ୍ନତି ନଘଟିବାରୁ ଆଜି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ କୋଲକାତା ନିଆଯାଇ ସେଠାରେ ଏକ୍‌ମୋ ଚିକିତ୍ସା କରାଯାଉଥିବା ଜଣା ପଡିଛି । ପ୍ରଥମେ ସେ କରୋନାରେ ସଂକ୍ରମିତ ହେବା ସହିତ ତାଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭତି କରାଯାଇଥିଲା । କିନ୍ତୁ ତାଙ୍କର ଡାଇବେଟସ୍ ଓ ଉଚ୍ଚ ରକ୍ତଚାପ ଆଦି ଥିବାରୁ ଆବସ୍ତାରେ ଅବନତି ଦେଖାଦେବାରୁ କୋଲକାତାକୁ ଏକ୍‌ମୋ ଚିକିତ୍ସା ଲାଗି ପଠାଇବାକୁ ଡାକ୍ତରମାନେ ନିଷ୍ପତି ଦେଇଥିଲେ । ଗତକାଲି ଏୟାର ଆମ୍ବୁଲାନ୍ସ ନମିଲିବାରୁ ଆଜି ତାଙ୍କୁ ପଠାଯାଇଛି । କଟକରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ସବୁ ଛକରେ ହାଇଆଲଟ ଜାରି କରାଯିବା ସହିତ କଟକ ଡିସିପି ଶ୍ରୀ ପାଣିଗ୍ରହୀଙ୍କ ଆମ୍ବୁଲାନ୍ସ ଆଗେ ଆଗେ ଆସିଥିଲେ । ଦିନ ପ୍ରାୟ ଗୋଟେ ବେଳେ ବାହାରି ଥିବା ଆମ୍ବୁଲାନ୍ସ ବିବାନବନ୍ଦରରେ ପହଂଚିବା ପରେ ପ୍ରାୟ ୨ଟା ୨୦ ମିନିଟ୍ ସୁଦ୍ଧା ତାଙ୍କୁ କୋଲକାତା ନିଆଯାଇଥିବା ପ୍ରକାଶ ।

Comments (0)
Add Comment