ଭୁବନେଶ୍ୱର : ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ନବମରୁ ଦ୍ୱାଦଶ ଯାଏ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ ବ୍ୟବସ୍ଥା ହେବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ୍ ହ୍ରାସ ହୋଇଛି। ଆଉ କମିବନି। ବାକି ୭୦% ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।