ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ସେହି ଯୁବକ ଜଣକ ହେଉଛନ୍ତି ବେଶ୍ ଜଣାଶୁଣା ଜଗତସିଂହପୁରର ସିଲୁ ନାୟକ ଓରଫ୍ ନାୟକ ସାର୍, ଯାହାଙ୍କ ଠାରୁ ଅନେକ ଯୁବକ ଟ୍ରେନିଂ ପାଇଁ ସେନାରେ ଭର୍ତି ହୋଇଛନ୍ତି । ସେନାରେ ସାମିଲ୍ ହେବାକୁ ନାୟକ ସାର ଯୁବକମାନଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଓଡିଶାର ଅରଖକୂଦରେ ଜଣେ ନାୟକ ସାର୍ ଅଛନ୍ତି । ତାଙ୍କର ପୂରା ନାମ ସିଲୁ ନାୟକ । କିନ୍ତୁ ସମସ୍ତେ ତାଙ୍କୁ ନାୟକ ସାର୍ ବୋଲି ସମ୍ବୋଧନ କରନ୍ତି । ଯେଉଁମାନେ ସେନାରେ ସାମିଲ ହେବାକୁ ଯାଉଛନ୍ତି, ସେମାନଙ୍କୁ ସେ ମାଗଣାରେ ଟ୍ରେନିଂ ଦେଉଛନ୍ତି । ନାୟକ ସାରଙ୍କ ପ୍ରଶିକ୍ଷଣ କେନ୍ଦ୍ରର ନାଁ ହେଉଛି ‘ମହାଗୁରୁ ବାଟାଲିୟନ୍’ । ଏଥିରେ ଫିଜିକାଲ୍ ଫିଟନେସ ଠାରୁ ଆରମ୍ଭ କରି ଇଂଟରଭୁ୍ୟ ଓ ରିଟିନ୍ ଟେଷ୍ଟ ଆଦି ଅଭ୍ୟାସ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସିଲୁ ନାୟକଙ୍କ ଠାରୁ ତାଲିମ ପାଇ ଅନେକ ଯୁବକ ସ୍ଥଳ, ଜଳ ଓ ନୌସେନା ସହ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେଇଛନ୍ତି । ଖୋଦ୍ ସିଲୁ ନାୟକ ଓଡ଼ିଶା ପୋଲିସରେ ଭର୍ତି ହେବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସେ ସେଥିରେ ସଫଳ ହେଲେ ନାହିଁ । ଏହା ସତ୍ୱେ ସେ ନିଜ ପ୍ରଶିକ୍ଷଣ ଦମରେ ଅନେକ ଯୁବକଙ୍କୁ ଦେଶର ସେବା କରିବା ପାଇଁ ପ୍ରସ୍ତୁତ କରିଛନ୍ତି । ନାୟକ ସାର ଆଗାମୀ ଦିନରେ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରିବା ନେଇ ଆମେ ତାଙ୍କୁ ଶୁଭକାମନା ଜଣାଇବା । ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିÂା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଂଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଆସୁଛନ୍ତି । ୨୦୧୬, ମସିହାରେ ଓଆଇଏସଏଫରେ ଚାକିରୀ ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିÂାନ କରିଥିଲେ । ମାତ୍ର ୨୩ ବର୍ଷ ବୟସଙ୍କ ସେ ଓଆଇଏସଏଫରେ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ । ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନେ୍ଦାଳିତ କରିଥିଲା । ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାଶ୍ୱର୍ରେ ପ୍ରତିÂା କଲେ ‘ମହାଗୁରୁ ବାଟାଲିଅନ୍’ । ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଂଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ବା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ । କେବଳ ଏତିକି ନୁହେଁ, ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ । ସାଧାରଣ ଜ୍ଞାନ, ଏରିଥମେଟିକ୍ ପ୍ରଭୃତି ଶିକ୍ଷାଦି ଆଯାଉଛି ଏହି ବାଟାଲିଅନ ଗୃହରେ । ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଊଦ୍ଧ୍ୱର୍ ଯୁବକ ଏବେ ଭାରତୀୟ ସେନା, ଓଡ଼ିଶା ପୋଲିସ ଏବଂ ଅନ୍ୟ ସିକୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି ।

Comments (0)
Add Comment