ଓଡ଼ିଶାକୁ ଆଦାନୀ ଦେବ ଆଲୋକ

ଭୁବନେଶ୍ୱର: ଓଡ଼ିଶା ପାୱାର ଜେନେରେଶନ ଲିମିଟେଡ୍(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉପତ୍ପାଦନକାରୀ କମ୍ପାନୀ ଆଦାନୀ ପାୱାର ଲିମିଟେଡ୍ (ଏପିଏଲ୍) ନିକଟକୁ ଯିବ । ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍ କର୍ପୋରେଶନ ସହ ଆଦନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତିି (ଏସ୍ଏସ୍ପିଏ)ରେ ସାମିଲ ହୋଇଥିବା ଜଣାପଡ଼ିଛି । ଏହା ଦ୍ୱାରା ଆଦାନୀ ଏଇଏସ୍ର ଓପିଜିସି ହୋଲ୍ଡିଂ ଏବଂ ଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ର ଓପିଜିସିରେ ଥିବା ୮୯,୩୦,୨୭୩ ଇକ୍ୱିଟି ଶେୟାରକୁ ଅଧିଗ୍ରହଣ କରିବ । ଅଧିଗ୍ରହଣ ମୋଟ ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଳା ବନହରପାଲିରେ ଓପିଜିସି ୧୭୪୦ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ଲାଂଟ ପରିଚାଳନା କରୁଛି । ଉକ୍ତ ପ୍ଲାଂଟରେ ଆଦନୀ ବର୍ତମାନ ଅଂଶୀଦାର ହୋଇଛି । ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦନୀ ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି । ସୁଲଭ ମୂଲ୍ୟରେ ବିଦ୍ୟୁତ ଉପତ୍ପାଦନ କ୍ଷେତ୍ରରେ ଉକ୍ତ ୟୁନିଟ କାର୍ଯ୍ୟ କରୁଛି । ଉକ୍ତ ୟୁନିଟରେ କମ୍ ପ୍ରଦୂଷଣ ସହ ୧୩୨୦ ମେଗାୱାଟ୍ର ସୁପର କ୍ରିଟିକାଲ ଫାସିଲିଟିକୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଛି । ନିକଟବର୍ତୀ କ୍ୟାପ୍ଟିଭ ଖଣିଗୁଡ଼ିକରୁ ଜାଳେଣି କୋଇଲା ଏହି ପ୍ଲାଂଟକୁ ଯୋଗାଣ ହେଉଛି । ଏହାବାଦ ରାଜ୍ୟ ସରକାରଙ୍କ ଗ୍ରୀଡ୍କୋ ସହ ୨୫ ବର୍ଷର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି (ପିପିଏ)ରେ ଉକ୍ତ ପ୍ଲାଂଟ ସାମିଲ ହୋଇଛି । ଓପିଜିସିର ବଳକା ୫୧% ଅଂଶ ଓଡ଼ିଶା ସରକାରଙ୍କ ନିକଟରେ ରହିବ ବୋଲି ଜଣାପଡ଼ିଛି । ଉକ୍ତ ଅଧିଗ୍ରହଣ ଚୁକ୍ତି ଦ୍ୱାରା ଆଦାନୀ ପ୍ରଥମକରି ରାଜ୍ୟର ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରବେଶ କରିଛି । ଦୀର୍ଘମିଆଦୀ ଭିତିରେ ଓଡ଼ିଶାରେ ଉଚ୍ଚ ଗୁଣବତା ମିତିଭୂମି ନିର୍ମାଣ ଏବଂ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ କାମ କରିବାକୁ ଉଦ୍ୟମ ଜାରି ରହିବ ବୋଲି ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି । ସେହିଭଳି ଘରୋଇ ବଜାରରେ ଶକ୍ତ ସଂରକ୍ଷଣ ଏବଂ ଅଣପାରମ୍ପରିକ ଶକ୍ତି ଯୋଗାଣ ଦିଗରେ ଆଦାନୀ ଗ୍ରୁପ୍ ଏବଂ ଏଇଏସ୍ ମିଳିତ ହୋଇ କାମ କରିବେ । ରାଜ୍ୟରେ ସେବା ଯୋଗାଣ ନେଇ କାମ କରିବେ । ରାଜ୍ୟରେ ସେବା ଯୋଗାଣ ନେଇ କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରୁ ସମସ୍ତ୍ ପ୍ରକାର ଆନୁଷଙ୍ଗିକ ମଞ୍ଜୁରୀ ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ୨୦୧୭, ୨୦୧୮ ଏବଂ ୨୦୧୯ ଆର୍ଥିକ ବର୍ଷରେ ଓପିଜିସିର ମୋଟ ଆୟ ଯଥକ୍ରମେ ୭୫୮.୦୯ କୋଟି, ୬୧୩,୩୬ କୋଟି ଏବଂ ୮୮୭.୭୧ କୋଟି ଟଙ୍କା ରହିଛି ।

Comments (0)
Add Comment