ଓଡ଼ିଶାର ଯୁବକ-ଯୁବତୀଙ୍କୁ ଲେଫ୍ଟନାଂଟ ଜେନେରାଲ ସି.ପି. ମହାନ୍ତିଙ୍କ ପରାମର୍ଶ ପ୍ରତି ଗାଁରୁ ଜଣେ ସେନାରେ ଯୋଗ ଦିଅନ୍ତୁ


ଭୁବନେଶ୍ୱର: ସୀମାନ୍ତରେ ଭାରତୀୟ ସେନା ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ଓଡ଼ିଆ ଅଫିସର ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ।
ସୈନିକ ସ୍କୁଲରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଭାରତୀୟ ସେନା ବିଶ୍ୱରେ ସର୍ବ ବୃହତ ସେନାବାହୀନି । ଭାରତୀୟ ସେନା ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଆହୁରି ମଧ୍ୟ ଭାରତ ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର । ତେଣୁ କେହି ଭାରତ ଉପରେ ଆକ୍ରମଣ କରିବାର ସାହାସ କରିପାରିବ ନାହିଁ । ଏବେ ପାକିସ୍ତାନ ଓ ଚୀନ୍ ସହ ଭାରତର ସୀମା ବିବାଦ ରହିଛି । ସୀମା ସୁରକ୍ଷା ପାଇଁ ସେନା ସର୍ବଦା ପ୍ରସ୍ତୁତ । ଏବେ ଭାରତୀୟ ସେନାର ଆଧୁନିକୀକରଣ କରାଯାଉଛି । ସୀମାର ସୁରକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି । ଯେ କୌଣସି ପ୍ରକାର ବାହ୍ୟ ଆକ୍ରମଣର ମୁକାବିଲା କରିବାକୁ ଭାରତ ସକ୍ଷମ । ଉଭୟ ବାହ୍ୟ ଏବଂ ଆଭ୍ୟନ୍ତର ସୁରକ୍ଷା ପାଇଁ ସେନା ପ୍ରତିଶ୍ରୁତିବଦ୍ଧବୋଲି ସେ କହିଛନ୍ତି ।
ଲେ.ଜେ ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଏବେ ଭାରତୀୟ ସେନାରେ ଅନେକ ଓଡ଼ିଆ ଅଧିକାରୀ ଶାର୍ଷ ପଦ ପଦବୀରେ ରହିଛନ୍ତି । ସେନାରେ ଯୋଗ ଦେବାକୁ ଓଡ଼ିଶା ଯୁବକ, ଯୁବତୀଙ୍କୁ ସେ ଆହ୍ୱାନ କରିଛନ୍ତି । ଓଡ଼ିଶାର ପ୍ରତ୍ୟେକ ଗାଁରୁ ଅତି କମରେ ଜଣେ ସେନାରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ଏବେ ଯୁବତୀମାନଙ୍କୁ ସେନା ବହୀନିରେ ଭର୍ତି କରାଯାଉଛି । ତେଣୁ ଓଡ଼ିଶାର ପ୍ରତ୍ୟେକ ଗ୍ରାମରୁ ଅଧିକ ମାତ୍ରାରେ ଯୁବକ-ଯୁବତୀ ସେନା ବାହୀନିରେ ଯୋଗ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପଦାତିକ, ଆକାଶ ଓ ନୌଉବାହିନିରେ ଯୋଗ ଦେବାକୁ ସେ ରାଜ୍ୟର ଯୁବକ-ଯୁବତୀମାନଙ୍କ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ଭାରତୀୟ ସେନାର ବହୁ ସଂସ୍ଥା ଥିବା ସେ କହିଛନ୍ତି । ସେହିପରି ରାଜ୍ୟର ସ୍କୁଲ ଗୁଡ଼ିକରେ ସେନା ବାହୀନି ସମ୍ପର୍କରେ ଶିକ୍ଷା ଦେବା ଲାଗି ସେ ମତ ଦେଇଛନ୍ତି । ସ୍କୁଲ ପାଠ୍ୟକ୍ରମରେ ସେନାବାହୀନି ସମ୍ପର୍କରେ ଶିକ୍ଷା ଦାନ ନିହାତି ଦର୍ଶାଇ ସେ ଏନସିସ, ଆର୍ମି ସ୍କୁଲ ସମ୍ପର୍କରେ ଆଗ୍ରହୀ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସେନା ବାହୀନିରେ କଳିଙ୍ଗ ରେଜିମେଂଟ ଗଠନ ସମ୍ପର୍କୀୟ ଏକ ପ୍ରଶ୍ନ ଉତର ଦେଇ ସେ କହିଛନ୍ତି ଯେ, ୭୦ ଦର୍ଶକ ପରଠାରୁ କୌଣସି ନୂଆ ରେଜିମେଂଟ ଗଠନ ହୋଇନାହ । ତେବେ କଳିଙ୍ଗ ରେଜିମେଂଟ ଗଠନ ନେଇ କ’ଣ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ।
ଜଣେ ଓଡ଼ିଆ ହୋଇଥିବାରୁ ସେ ନିଜକୁ ଗର୍ବିତ ମନେକରୁଛନ୍ତି । ଓଡ଼ିଶାର ବିକାଶ ନେଇ ସେ ଅତ୍ୟନ୍ତ ଖୁସି ବୋଲି କହିବା ସହ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତତ୍ୱେ ଓଡ଼ିଶାର ବିକାଶ ନେଇ ସେ ଗର୍ବ ଅନୁଭବ ବୋଲି ସେ କହିଛନ୍ତି । ବୋଲି ଲେଫ୍ଟେନାଂଟ ଜେନେରାଲ ଟଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ।
ସୂଚନା ଯୋଗ୍ୟ ଭାରତୀୟ ସେନାର ପରବର୍ତୀ ଉପମୁଖ୍ୟ ଭାବେ ଆସନ୍ତା ଫେବୃଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ । ଜଗତସିଂହପୁର ଜିଲ୍ଲା ଜୟବଡ଼ରେ ଜନ୍ମିତ ଲେଫ୍ଟେନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବର୍ତମାନ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଅଛନ୍ତି । ବର୍ତମାନ ସତିନ୍ଦର କୁମାର ସାଇନି ଭାରତୀୟ ସେନାର ଉପମୁଖ୍ୟ ଅଛନ୍ତି । ସେ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କ ସ୍ଥାନରେ ଲେଫ୍ଟେନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ସହିତ ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି, ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ।

Comments (0)
Add Comment