‘ଓଡ଼ିଶା ୱିମେନ ଇନ୍ ମିଡିଆ’ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ର ସହ ଜଡ଼ିତ ତଥା କାର୍ଯ୍ୟରତ ମହିଳାମାନଙ୍କୁ ନେଇ ‘ଓଡ଼ିଶା ୱିମେନ ଇନ୍ ମିଡିଆ’(ଓଡବ୍ଲ୍ୟୁଏମ୍) ଶନିବାର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ଉନ୍ମୋଚିତ ହୋଇଛି ।
ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ ।
ଗଣମାଧ୍ୟମରେ କାର୍ଯ୍ୟରତ ମହିଳାମାନେ ନିଜ ନିଜ ସମସ୍ୟା ଏବଂ ବୃତ୍ତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବା ସହ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏବଂ ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ଏହି ଟ୍ରଷ୍ଟର ଉଦେଶ୍ୟ ରହିଛି ବୋଲି ଶ୍ରୀମତୀ ଦାସ କହିଥିଲେ । ଏତଦ୍ ବ୍ୟତୀତ ବିଭିନ୍ନ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଜଡ଼ିତ କାର୍ଯ୍ୟରତ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ମୁଖ୍ୟ ଉଦେଶ୍ୟ ।

Comments (0)
Add Comment