ଓଡିଶାରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର,୨୧.୬ (ନି.ପ୍ର.): ମହାକାଶରେ ରବିବାର ସଂଗଠିିତ ହୋଇଥିବା ସୂର୍ଯ୍ୟପରାଗ ଓଡ଼ିଶା ସମେତ ଭାରତର ସବୁ ଅଂଚଳରେ ଦୃଶ୍ୟମାନ ହେଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଇଥିଲା ବେଳେ ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ସୂର୍ଯ୍ୟପରାଗ ଦିନ ୧୦ଟା ୨୦ରୁ ଆରମ୍ଭ ହୋଇଥିଲା ବେଳେ ଦିନ ୨ଟା ୨୦ ମିନିଟରେ ଶେଷ ହୋଇଛି । ତେବେ ମଧ୍ୟାହ୍ନ ୧୨ଟା୧୫ରୁ ସାଢେ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହୋଇଥିବା ପ୍ରକାଶ । ସେଥିଲାଗି ଜ୍ୟୋତିର୍ବିଦମାନେ ଅପରାହ୍ନ ୨ଟା ୩୦ରେ ସମ୍ପୁର୍ଣ୍ଣ ମୋକ୍ଷ ହେବ ବୋଲି କହିବା ସହ ସେପର୍ଯ୍ୟନ୍ତ ପାକକୁ ନିଷିଦ୍ଧ କରାଯାଇଛି । କିନ୍ତୁ ବୈଜ୍ଞାନିକମାନେ କହିବା ଅନୁଯାୟୀ ପରାଗ ଏକ ମହାଜାଗତିକ ଦୃଶ୍ୟ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଯୁକ୍ତି ନାହିଁ । ଏହା ସୁନ୍ଦରଗଡିରେ ସର୍ବାଧିକ ୭୨ ପ୍ରତିଶତ ଓ ମାଲକାନଗରିରେ ସର୍ବାନିମ୍ନ ୬୧ ପ୍ରତିଶତ ଦୃଶ୍ୟମାନ ହୋଇଥିଲା ବେଳେ ଅନେକ ଜାଗାରେ ପାଗ ମେଘୁଆ ଥିବାରୁ ଏହି ପରାଗ ଦୁଶ୍ୟମାନ ହୋଇପାରି ନାହିଁ । ଏହାକୁ ଦର୍ଶନ କରିବା ମେଷ, ବୃଷ, ସିଂଘ, ମକର, କୁମ୍ଭ ଓ ମୀନ ରାଶି ପାଇଁ ସୁଭ ବୋଲି ଜ୍ୟୋତିଷ ଶାସ୍ଥବିତମାନେ କହିଛନ୍ତି । ପୁଣି ୨୦୨୦ ଡିସେମ୍ଭର ୧୪ରେ ହେଉଥିବା ସୂର୍ଯ୍ୟପରାଗ ଓଡ଼ିଶାକୁ ଦୃଶ୍ୟ ହେବନାହିଁ । ଆଜି ପରାଗ ପରିପ୍ରେକ୍ଷୀରେ ଶ୍ରୀ ମନ୍ଦିରରେ ଶ୍ରୀ ଜିଊଙ୍କ ମହାସ୍ୱାନ କରାଯିବା ପରେ ନିତିକାନ୍ତି ସମ୍ପନ୍ନ ହୋଇଛି ।

Comments (0)
Add Comment