ଭୁବନେଶ୍ୱର- ରାଜ୍ୟରେ କରେନା ନେଲା ପୁଣି ୯ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୪ ଜଣ, କଟକ ୨, ଗଞ୍ଜାମ, କେନ୍ଦୁଝର, ନୟାଗଡରୁ ଜଣେ ଲେଖାଏଁ ରହିଛି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ଏଯାବତ୍ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପଂହଚିଛି ।