ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳର କଣ୍ଟାବଣିଆ ସ୍ଥିତ ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍‍ ଲିମିଟେନ୍‍) ଗ୍ରୀଡ଼ରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘିଟିଛି। ସକାଳ ପ୍ରାୟ ୭ଟା ସମୟରେ କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସଠିକ୍‍ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟସର୍କିଟ୍‍ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବିଷୟରେ କୌଣସି ତଥ୍ୟ ମିଳିନାହିଁ। ଦୀର୍ଘ ସାଢେ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। ୧୦ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ।

Comments (0)
Add Comment