ଓଡ଼ିଶାରେ ଦୈନିକ ସଂକ୍ରମଣ ବଢ଼ୁଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ସକ୍ରିୟ ମାମଲା ଓ ୧୭ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶରେ କେତେକ ରାଜ୍ୟ ଯେପରିକି ମହାରାଷ୍ଟ୍ର, ଉତରାଖଣ୍ଡ, ଝାରଖଣ୍ଡ, ତେଲେଙ୍ଗାନା ତଥା ଲକ୍ଷଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଲଦାଖ ପରି କେନ୍ଦ୍ର ଶାସିତ ଅଂଚଳରେ ସଂକ୍ରମଣ ମାମଲା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ସେହିପରି କର୍ଣ୍ଣାଟକ, କେରଳ, ତାମିଲନାଡୁ, ଓଡ଼ିଶା, ପଞ୍ଜାବ, ଆସାମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଦେଶରେ ଏବେସୁଦ୍ଧା ପ୍ରାଯ ୧୭ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Comments (0)
Add Comment