କଂଟେନମେଂଟ ଜୋନରେ ମୋବାଇଲ ଏଟିଏମ୍ ସେବା

ଯାଜପୁର : ଯାଜପୁର ଜିଲ୍ଲାରେ କରୋନା ପାଇଁ କେତେକ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସାଧାରଣତଃ କଂଟେନମେଂଟ ଜୋନ୍ ମଧ୍ୟରେ ରହୁଥିବା ବାସିନ୍ଦା ମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, ଗ୍ରୋସରୀ, ଔଷଧ, ଖିର, ରନ୍ଧନ ଗ୍ୟାସ ଇତ୍ୟାଦି ଯୋଗାଣର ବ୍ୟବସ୍ଥା କରାଯାଇଥାଏ । ତେବେ ଏହାକୁ କ୍ରୟ କରିବାରେ ନଗଦ ଅର୍ଥର ଆବଶ୍ୟକତାକୁ ଅନୁଭବ କରି ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ କାର୍ଯ୍ୟରତ ବ୍ୟାଙ୍କ ମାନେ ମୋବାଇଲ ଏଟିଏମ୍ ବା ଭ୍ରାମ୍ୟମାଣ ଏଟିଏମ୍ ମାଧ୍ୟମରେ କଂଟେନମେଂଟ ଜୋନର ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସେବା ଯୋଗାଇବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଏହି ମୋବାଇଲ ଏଟିଏମ୍ ସେବା ଯୋଗାଇଥିôବାବେଳେ ଗୁରୁବାର ଠାରୁ ରସୁଲପୁର ଅଂଚଳର ଏହି ମୋବାଇଲ ଏଟିଏମ୍ ସେବା ବ୍ୟବସ୍ଥା ପାଇଁ ଗାଡି ପ୍ରେରଣ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସଙ୍କ ସହ, ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର କୁଳମଣି ନାୟକ ପ୍ରମୁଖ ଏହି ଏଟିଏମ୍କୁ ଅନୁଧ୍ୟାନ କରିବା ସହ ଲୋକମାନଙ୍କୁ ଉନ୍ନତ ଓ ଆବଶ୍ୟକୀୟ ସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହି ମୋବାଇଲ ଏଟିଏମ୍ ସେବା ଯୋଗାଇ ଦିଆଯାଇଥିôବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବ୍ୟାଙ୍କର ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆକ୍ସିସବ୍ୟାଙ୍କର ପରିଚାଳକ ଅପୂର୍ବ ରଂଜନ ମହାପାତ୍ର, ସେଲ୍ସ ମ୍ୟାନେଜର ସୁଶାନ୍ତ କୁମାର ସାମଲ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାରେ ବିଭିନ୍ନ କଂଟେନମେଂଟ ଅଂଚଳରେ ଏହା ସେବା ପ୍ରଦାନ କରିବା ଏଥିପାଇଁ ଏକ ରୁଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।

Comments (0)
Add Comment