କଙ୍ଗନା ରଣୱାତ ନିଜ ଘର ମନାଲିକୁ ଫେରିଲେ


ମୁମ୍ବାଇ- ବଲିଓଡ ଅଭିନେତ୍ରୀ କଙ୍ଗନା ରଣୱାତ ତାଙ୍କ ଘର ମନାଲିକୁ ଫେରିବାରେ ପରେ ମହାରାଷ୍ଟ୍ର ସରକାରଙ୍କ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ମୁମ୍ବାଇରେ ଶିବସେନା ପକ୍ଷରୁ ତାଙ୍କ ଅଫିସ ବେଆଇଭାବେ ନିର୍ମାଣ ହୋଇଥିବା ଦର୍ଶାଇ ଭାଙ୍ଗିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଧମକ ଦେଇଥିଲେ । ଯାହାଫଳରେ କେନ୍ଦ୍ର ପକ୍ଷରୁ ତାଙ୍କ କଡା ସୁରକ୍ଷା ଦିଆଯାଇଥିଲା ବୋଲି କଙ୍ଗନା ଟୁଇଟ କରି ସୂଚନା ଦେଇଛନ୍ତି । ଗତକାଲି ରାଜଭବନରେ କଙ୍ଗନା ଓ ତାଙ୍କ ଉଭଣୀ ରଙ୍ଗୋଲି ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂ କୋଶୟାରିଙ୍କୁ ଭେଟି ଥିଲେ । ତାଙ୍କ ସହ ହୋଇଥିବା ଘଟଣା ସବୁକୁ ରାଜ୍ୟପାଳଙ୍କ ଆଗରେ କହିଥିଲେ ଓ ତାଙ୍କୁ ନ୍ୟାୟ ମିଳିବା ପାଇଁ ଦାବି କରିଥିଲେ ।

Comments (0)
Add Comment