କଟକରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ..

କଟକ- କଟକରେ ଦିନକୁ ଦିନ ଚିନ୍ତା ଢାଉଛି କରୋନା ମହାମାରୀ । ଏଠାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କଟକର ଏକ ପ୍ରମୁଖ ବ୍ୟସାୟିକ ପେଣ୍ଠସ୍ଥଳ ମାଣିକଘୋଷ ବଜାର ଅଂଚଳରୁ ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ସୂଚନାଅନୁସାରେ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁନେଶ୍ୱରରୁ କଟକ ଆସିଥିଲେ । ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ୱର ଫେରିଯାଇଥିଲେ । ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ତା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ପରିବାରର ସମସ୍ତ ସଦସ୍ୟ ସଂଘରୋଧରେ ଥିଲେ । କିନ୍ତୁ ଏମାନେବି କରୋନା ପଜେଟିଭ୍ ଥିବା ଜଣାପଡିଛି । ତେବେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ , ଏସିବି ଆଇସୋଲେସନ୍ ଘରୋଇ ନସିଂହୋମରୁ କରୋନା ପଜିଟିଭ୍ ଚିହ୍ନଟ ହେବା ଘଟଣା ବି କଟକରେ ଚାଂଚଲ୍ୟ ସୃଷ୍ଟି କରିଛି ।

Comments (0)
Add Comment