କଟକ: କଟକ ଚୌଦ୍ୱାର ଜେଲରେ ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣଙ୍କ ହେଲେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଡ୍ୟୁଟି କରିଥିଲେ । ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିଲା । ସେଠାରେ ୪ଜଣ ୱାର୍ଡର ଡ୍ୟୁଟି କରିଥିଲେ । ଡ୍ୟୁଟି କରିଥିବା ୪ଜଣ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ତେବେ ଏହା ଜଣାପଡିବା ପରେ ଜେଲ୍ ଓ ବାରାକ୍ ଷ୍ଟାଫ ଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନକୁ ଲେଖିଛନ୍ତି ଜେଲ ସୁପରିଂଟେଣ୍ଡେଂଟ । ଏହାସହ ଜେଲ୍ ପ୍ରବେଶ ପୂର୍ବରୁ ନୂଆ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ସେ କହିଛନ୍ତି ।