କମିଲା ସୁନା ଓ ରୂପା ଦର


ନୂଆଦିଲ୍ଲୀ- ପୁଣି କମିଲା ସୁନା ଓ ରୂପା ଦର । ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାର ରହିଛି । ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି । ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨,୧୭୦ ଥିଲା । ଗତ ସପ୍ତାହରେ ସୁନା ଦର ୧୦ ଗ୍ରାମ ପିଛା ୨,୬୦୦ କମିଥିଲା । ଅଗଷ୍ଟ ୭ ତାରିଖରେ ସୁନା ଦର ୫୬,୨୦୦ ଥିବା ବେଳେ ଏବେ ୪ ହଜାର ଟଙ୍କା ହ୍ରାସ ପାଇଛି । ସେହିପରି ରୂପା ୫.୫ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୭,୨୨୦ ଟଙ୍କା ରହିଛି । ଗତ ସପ୍ତାହରେ ରୂପା ଦର ୪୦୦୦ ଟଙ୍କା ହ୍ରାସ ପାଇଛି ।

Comments (0)
Add Comment