ବର ଶୋଭାଯାତ୍ରା ଉପରେ ୫୦ହଜାର ଟଙ୍କା ଜୋରିମାନା

ବ୍ରହ୍ମପୁର: ବାଜା ରୋଷଣିରେ ଫାଟି ପଡୁଥିଲା ରାସ୍ତା । ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପି ଉଠୁଥିଲା ସମଗ୍ର ଅଞ୍ଚଳ । ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ । ନାଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ବ୍ରହ୍ମପୁରର ଏକ ବଡ ହୋଟେଲ ମାଲିକଙ୍କ ପୁଅ ବାହାଘରରେ କୋଭିଡ ନିୟମ ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ନେଇ ସହରରେ ଏବେ ଚର୍ଚ୍ଚା ଯୋର ଧରିଛି ।


ବ୍ରହ୍ମପୁର ସହରର ଏକ ବଡ ହୋଟେଲ ମାଲିକଙ୍କ ପୁଅର ବାହାଘର ଦୁଇଦିନ ପୂର୍ବେ ଗୋପାଳପୁରରେ ଥିବା ଏକ ପାଞ୍ଚତାରକା ହୋଟେଲରେ ହୋଇଥିଲା । ଏଥିରେ ସହ ସହ ଅତିଥି ଯୋଗଦେବା ସହ ୩ବର୍ଷ ରୁ ଆରମ୍ଭ କରି ୭୦ ବର୍ଷ ପର୍ଯ୍ୟନ୍ତ ଲୋକ ଯୋଗ ଦେଇଥିଲେ । ପ୍ରଶାସନର ସମସ୍ତ ନିୟମକୁ ଫୁ କରି ଏହି ବିବାହ କାର୍ଯ୍ୟ ଅତି ସୁରୁଖୁରୁରେ ଆଡମ୍ବର ପୂର୍ଣ୍ଣ ଭାବେ ସରିଥିଲା । ଏହାକୁ କେହିବି ବାରଣ କରିନଥିଲେ । ଜିଲ୍ଲାରେ ଦିନକୁ ପାଖାପାଖି ୩ଶହ ପଜିଟିଭ ବାହାରୁଥିବା ବେଳେ ମହାଶୟଙ୍କ ପରିବାର ଲୋକେ କିପରି ଏହା କଲେ ତାହା ସହର ବାସୀ ଏବଂ ଜିଲ୍ଲା ବାସୀଙ୍କୁ ଘାଇଲା କରିଛି । ପ୍ରଶାସନ କଣ ପଦକ୍ଷେପ ନଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ଏତେ ବଡ ମହାମାରୀ ସମୟରେ ବିବାହ କାର୍ଯ୍ୟ କରିବା କଣ ନିହାତି ଜରୁରୀ । ତାରିଖ ବଦଳାଇ ଅନ୍ୟ ଦିନରେ ବିବାହ କରିଥିଲେ କଣ ଅସୁବିଧା ହୋଇଥାନ୍ତା । ଏହିପରି ଅନେକ ପ୍ରଶ୍ନ ଏବେ ଉଠିଛି । ଏହି ବିବାହ ସହରର ଅନ୍ୟ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବନିତ?

Comments (0)
Add Comment