କରୋନା କବଳରେ ଅମିତାଭ ଓ ଅଭିଷେକ ବଚ୍ଚନ

ମୁମ୍ବାଇ- ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଏବେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଅମିତାଭ ଙ୍କ କରୋନା ପଜେଟିଭ ଆସିବା ପରେ ସମସ୍ତଙ୍କର କୋଭିଡ ରିକ୍ଷା କରାଯାଇଥିଲା ଯେଉଁଥିରେ ୪୪ ବର୍ଷୀୟ ଅଭିଷେକ ବଚ୍ଚନଙ୍କରବି ପଜେଟିଭ ବାହାରିଥିଲା । ତେବେ ବର୍ତମାନ ଅଭିଷେକଙ୍କୁ ନାନାବତୀ ଡାକ୍ତଖାନାରେ ଭର୍ତି କରାଯାଇଛି ।

ଏନେଇ ଅଭିଷେକ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଅମିତାଭଙ୍କୁ ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଯାହା ଅଭିତାଭ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ । ଏବେ ବିଭିନ୍ନ ମହଲରୁ ଉଭୟଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Comments (0)
Add Comment