ଭୁବନେଶ୍ୱର- କରୋନାରେ ବାଦ ପଡିନାହାଁନ୍ତି କମିଶନରେଟ ପୋଲିସ । ୯ଟି ଥାନାର ଆଇଆଇସି ଓ ୩ଟି ଜୋନର ଏସିପି କରୋନାରେ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ ପ୍ରାୟ ୪୫ ଜଣ ପୋଲିସ ଅଧିକାରୀଙ୍କ ସମେତ ହଜାରେ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଏଯାବତ୍ ୪ ଜଣ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଫଳରେ ପୋଲିସ କର୍ମଚାରୀଙ୍କ ଅଭାବ ଦେଖିଦେଇଛି । ଏଭଳି ସ୍ଥିତିରେ ବାହାରୁ କିଛି ପୋଲିସ କର୍ମଚାରୀ ଆସି ଯୋଗ ଦେବେ ବୋଲି କହିଛନ୍ତି ସିପି ।