କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ମାନବ ପରୀକ୍ଷଣ


ନୂଆଦିଲ୍ଲୀ- ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନ ପରୀକ୍ଷଣ କରାଯାଇଛି । ଏହା ଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି । ମେଡିକାଲ କଲେଜର ୨ ସ୍ୱେଛାସେବୀଙ୍କ ଠାରେ ଏହାର ପରୀକ୍ଷା କରାଯାଇଛି । ପ୍ରଥମେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା ଓ ପରେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ପରୀକ୍ଷା କରାଯାଇଛି ବୋଲି ଏସଆଇଆଇ ପକ୍ଷରୁ କୁହାଯାଇଛି । ସେମାନଙ୍କ ସ୍ୱସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ମେଡିକାଲ କର୍ତୃପକ୍ଷ କହିଛନ୍ତି ।

Comments (0)
Add Comment