କରୋନା ଭାଇରସରୁ ସୁସ୍ଥ ହେଲେ ୧୦୬ ବର୍ଷ ବୟସ୍କ ବୃଦ୍ଧ: ୪ବର୍ଷରେ ସ୍ପାନିଶ ଫ୍ଲୁକୁ କରିଥିଲେ ସାମ୍ନା

ନୂଆଦିଲ୍ଲୀ: ଦିଲ୍ଲୀରେ ଶହେ ବର୍ଷରୁ ଅଧିକ ବୟସର ଜଣେ ବୟସ୍କ ନିକଟରେ କୋଭିଡ-୧୯ରେ ନିଜ ପୁଅଙ୍କ ତୁଳନାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ୧୯୧୮ ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ସମୟରେ ସେ ୪ବର୍ଷର ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ୧୦୬ବର୍ଷ ବୟସ୍କ ଏହି ରୋଗୀ ନିକଟରେ କୋଭିଡ-୧୯ରୁ ଠିକ୍ ହେବା ପରେ ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରୁ ତାଙ୍କୁ ଛୁଟି ଦିଆଯାଇଛି । କରୋନା ଭାଇରସରୁ ଠିକ୍ ହେବା ପରେ ହସ୍ପିଟାଲରୁ ତାଙ୍କ ପତ୍ନୀ, ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଛୁଟି ଦିଆଯାଇଛି । ତେବେ ସେଠିକାର ଡାକ୍ତର କହିଛନ୍ତି ସେ ଦିଲ୍ଲୀରେ କୋଭିଡ-୧୯ର ପ୍ରଥମ ରୋଗୀ ଯିଏ ୧୯୧୮ ମସିହାରେ ଏଭଳି ଏକ ମହାମାରୀ ସ୍ପାନିଶ ଫ୍ଲୁର ସମ୍ମୁଖୀନ ହୋଇଥିଲେ । ସ୍ପାନିଶ ଫ୍ଲୁ ମଧ୍ୟ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ । ସ୍ପାନିଶ ଫ୍ଲୁ ମହାମାରୀ ସାରା ବିଶ୍ୱରେ ୧୦୨ବର୍ଷ ତଳେ ଦେଖା ଦେଇଥିଲା ଏବଂ ସେହି ସମୟରେ ସମଗ୍ର ବିଶ୍ୱର ଏକ-ତୃତୀୟାଂଶ ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଥିଲେ । ଆମେରିକାରେ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁସାରେ ନିକଟରେ ଇତିହାସରେ ୧୯୧୮ ମସିହାରେ ମହାମାରୀ ସବୁଠୁ ବଡ ଭୟଙ୍କର ଥିଲା । ଏହା ଏଚ୧ଏନ୧ ଭାଇରସ ଯୋଗୁ ବ୍ୟାପିଥିଲା । ଆମେରିକାରେ ଏହି ରୋଗ ଯୋଗୁ ପ୍ରାୟତଃ ୬ଲକ୍ଷ ୭୫ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଭାରତରେ କୁହାଯାଏ ଯେ ପ୍ରଥମ ବିଶ୍ୱ ଯୁଦ୍ଧରୁ ଫେରିଥିବା ସୈନିକଙ୍କ ସହ ଏହି ଭାଇରସ୍ ଆସିଥିଲେ । ସମଗ୍ର ବିଶ୍ୱରେ ଏହି ରୋଗରେ ଯେତେ ଜଣଙ୍କ ମୃତ୍ୟୁ ହୋଇଥିଲା, ତାହାର ପଂଚମ ଅଂଶ ସମାନ ଭାରତରେ ମୃତ୍ୟୁ ହୋଇଥିଲା ।

Comments (0)
Add Comment