କରୋନା ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ସୁନ୍ଦରଗଡ, ପୁରୀ, ରାୟଗଡା, ଗଞ୍ଜାମ,କଟକ ଓ ବରଗଡରୁ ଜଣେ ଲେଖାଏଁ ଅଛନ୍ତି । ପୂର୍ବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ସେମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୫୩ରେ ପଂହଚିଛି ।

Comments (0)
Add Comment